ଧର୍ମଶାଳା- ଯାଜପୁର ଜିଲା ବଡଚଣା ବ୍ଲକ ବଡବାଲିକୁଦ ପଂଚାୟତସ୍ଥ ଜନକ ପଲ୍ଲୀପ୍ରଭା ସରକାରୀ ଉଚ୍ଚ ବିଦ୍ୟାୟନ ପରିସରରେ ପୁରାତନ ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂଘ ସଭାପତି ଇଶ୍ଵର ଚନ୍ଦ୍ର ଜେନାଙ୍କ ସଭାପତିତ୍ଵରେ ସଂଘ ସମ୍ପାଦକ ପ୍ରଭାକର ମଣ୍ଡଳ, ପଲ୍ଲୀପ୍ରଭା ବିଦ୍ୟାୟନର ପ୍ରଧାନଶିକ୍ଷକ ପ୍ରଦିପ୍ତ କୁମାର ଧଳ, ଶିକ୍ଷକ ଅନାଦି ଚରଣ ପ୍ରଧାନ, ଶିକ୍ଷାବିତ୍ ଦୟାନିଧି ସାମଲ, ବଡବାଲିକୁଦା ସରପଂଚଙ୍କ ପ୍ରତିନିଧି ତୈଲୋକ୍ୟନାଥ ଜେନା, ସମିତିସଭ୍ୟାଙ୍କ ପ୍ରତିନିଧି ପତିତ ନାୟକ ପ୍ରମୁଖ ଯୋଗଦେଇ ଭାବର ଅଦାନପ୍ରଦାନ କରିଥିବା ବେଳେ ଅତୀତର ଶିକ୍ଷା ଓ ଆଜିର ଶିକ୍ଷା ବ୍ୟବସ୍ଥାରେ ଘୋର ପରିବର୍ତନ ଘଟିଛି । ଡିଜିଟାଲ ଶିକ୍ଷା ପଦ୍ଧତି ଉପରେ କ୍ଷୋଭ ପ୍ରକାଶ କରାଯାଇଥିବା ବେଳେ ଗୁରୁ ଓ ଶିଷ୍ୟ ସମ୍ପର୍କରେ କିଛି ମାତ୍ରାରେ ପ୍ରଭାବ ପଡିଛି ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମହେଶ୍ଵର ଜେନାସାମନ୍ତ, ଅରକ୍ଷିତ ପାଳ, ବଳରାମ ମହାନ୍ତି, ମନୋରଂଜନ ଜେନା, ଅର୍ଜ୍ଜୁନ ଚରଣ ରାଉତ, ଅଦୈତ ଜେନା, କାମାକ୍ଷା ପ୍ରସାଦ ଜେନା, ପରେଶ ଜେନା ଓ ଅଖିଳ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଧୁ ମିଳନକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଛାତ୍ର ସଂଘ ପକ୍ଷରୁ ସ୍ଥାନୀୟ ୬ଗୋଟି ବିଦ୍ୟାଳୟରେ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଏ୧ ସ୍ଥାନ ଅଧିକାରୀ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପଲ୍ଲୀପ୍ରଭା ସରକାରୀ ଉଚ୍ଚ ବିଦ୍ୟାୟନର ପୁରାତନ ଛାତ୍ର କାମାକ୍ଷା ପ୍ରସାଦ ଜେନାଙ୍କ ପୁଅ ଆକାଂକ୍ଷା ପ୍ରସାଦ ଜେନା ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୫୪୦ ନମ୍ବର ରଖି ଏହି ବିଦ୍ୟାୟନକୁ ଗୌରାବାନ୍ଵିତ କରିଥିବା ବେଳେ ଜନକ ଅଂଚଳ ପାଇଁ ଏହା ଗୌରବର ବିଷୟ ବୋଲି ସଂଘ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯିବା ସହିତ ଆକାଂକ୍ଷାଙ୍କୁ ପୁରସ୍ମୃତ କରାଯାଇଥିଲା । ଶେଷରେ ପୁରାତନ ଛାତ୍ର କାମାକ୍ଷା ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।