ଜୟପୁର– ଜୟପୁର ଦୈନିକ ବଜାର ସ୍ଥିତ ଶ୍ରୀନିବାସ ଆୟୁର୍ବେଦ ଭବନ ଠାରେ ରାଜସ୍ଥାନ ଆୟୁର୍ବେଦ ଔଷଧାଳୟ ତରଫରୁ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ପ୍ରାୟ ୧୫୦ ଜଣ ବାତ ରୋଗୀ ଓ ଅନ୍ୟ ଶ୍ରେଣୀର ରୋଗିଙ୍କୁ ଚିକିତ୍ସା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା ।
ଏହି ଶିବରକୁ କବିରାଜ ପରମେଶ୍ଵର ପାତ୍ର, ସହଯୋଗି ଅମରେନ୍ଦ୍ର ପ୍ରଧାନ, ବୈଦ୍ୟ ସତ୍ୟ ନାରାୟଣ ପରିଛା, ଶ୍ରୀନିବାସ ପାତ୍ର, ଡାକ୍ତର ଜିନିଆରାଣୀ ମହାକୁଡ, ଡାକ୍ତର ଶ୍ରୀକାନ୍ତ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଆୟୋଜନ କରାଯାଇଥିଲା । ଆଗାମି ଦିନରେ ଗ୍ରାମାଞ୍ଚଳରେ ମଧ୍ୟ ଏଭଳି ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।