ବଲାଙ୍ଗିର– ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡ଼ା ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ଵାରା ପରିଚାଳିତ) ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର ବରପାଲି ପଡ଼ା ଭାଗବତ ମନ୍ଦିର ଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଆଶା, ମହିଳା ସ୍ବାସ୍ଥ୍ୟ କର୍ମୀ ବ୍ୟତୀତ ସ୍ଥାନୀୟ ମହିଳା ଆରୋଗ୍ୟ ସମିତି ର ସମସ୍ତ ସଦସ୍ୟ ମାନେ ମିଶି ସମସ୍ତ କର୍ମଚାରୀଙ୍କୁ ସ୍ଵାଗତ କରିଥିବା ସହିତ ରୋଗୀ ଦେଖିବାରେ ସହଯୋଗ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣସଂକ୍ରମକ ରୋଗର ଚିହ୍ନଟ ସହ ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା । ଏହି ସ୍ବାସ୍ଥ୍ୟ ଶିବିରରେ ୧୮୫ରୁ ଉର୍ଦ୍ଧ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଶିବିରରେ ୧୮୫ ଜଣଙ୍କ ରକ୍ତଚାପ, ୧୮୫ ଜଣଙ୍କ ଶର୍କରା ପରୀକ୍ଷା ହୋଇଥିଲା। ଏହି ଶିବିରରେ ୧୩୫ ଜଣ ରୋଗୀଙ୍କ ଦୃଷ୍ଟି ପରୀକ୍ଷା ହୋଇଥିଲା। ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିରୁପମା ସାହୁ ପରୀକ୍ଷା କରି ରୋଗୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଉକ୍ତ ସ୍ବାସ୍ଥ୍ୟ ଶିବିରର ନିରୀକ୍ଷଣ କରି ସ୍ଵାସ୍ଥ୍ୟ ମିଶନ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଏନପିସିବି) ଡାକ୍ତର ଉଷାରାଣୀ ଦାଶ ଯୋଗଦାନ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଶିବିରର କାର୍ଯ୍ୟ ତଦାରଖ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିରରେ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ନନ୍ଦ କିଶୋର ପାଢି ଓ ଭୀମ ଭୋଇ ମେଡିକାଲ କଲେଜ୍ ର ଡାକ୍ତର ଭକ୍ତ ଚରଣ ଛୁରା, ଭୃଗୁରାମ ରାଉଳ, ଭୂପେନ୍ଦ୍ର ଅଗ୍ରୱାଲ, ପୂଜାଶ୍ରୀ ନନ୍ଦ ରୋଗୀ ମାନଙ୍କୁ ପରୀକ୍ଷଣ କରି ଥିଲେ। ମହିଳା ସ୍ବାସ୍ଥ୍ୟ କର୍ମୀ ସଂଯୁକ୍ତା ମିଶ୍ର ଓ ପ୍ରବତାହଂସ୍ସି ଦାଶଙ୍କ ସହିତ ଆଶାକର୍ମୀ ବବିତା କବାଟ, ପୁଷ୍ପାଞ୍ଜଳି ବିଶି, ସୁଜାତା ପଧାନ, ପଦ୍ମିନୀ ଭୋଇ ପରୀକ୍ଷଣ ରେ ସହଯୋଗ କରିଥିଲେ। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଷ୍ଟାଫ ନର୍ସ ସନ୍ତୋଷିନି କରନ, ରାଧାକାନ୍ତ ନାଏକ, ଫାର୍ମାସିଷ୍ଟ ମୁକେଶ ରଣା, ଲେଵ ଟେକନିଶିଆନ ପ୍ରମୋଦ ଥନପତି, ସୁଜ୍ଞାନ ମିଶ୍ର, ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି, ସଗୀର ମହମ୍ମଦ, ମାନସ ହୋତା, ସ୍ଵରଜିତ ଶତପଥୀ ସହଯୋଗ କରିଥିଲେ। ଉକ୍ତ ସ୍ବାସ୍ଥ୍ୟ ଶିବିରର ଆୟୋଜନ ଓ ପରିଚାଳନା ସୁନ୍ଦର ଭାବେ ହେଇଥିଲା। ୱାର୍ଡ ର କାଉନସିଲର ପିଙ୍କି କବାଟ ଓ ମହିଳା ଆରୋଗ୍ୟ ସମିତି ବରପାଲି ପଡ଼ା ଏଥିରେ ସକ୍ରିୟ ସହଯୋଗ କରିଥିଲେ।ରାଜେନ୍ଦ୍ର ଯୁବକ ସଂଘର ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଶିବିରଟି ପରିଚାଳନା ହୋଇଥିଲା।