
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ହରଚଣ୍ଡି ସାହି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଅଷ୍ଟତ୍ରିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ଆରକ୍ଷୀ ଅଧିକ୍ଷକ ଡଃ କନୁୱର୍ ବିଶାଳ ସିଂ,
ସମ୍ମାନିତ ଅତିଥି ଉପଜିଲ୍ଲାପାଳ ଭବତରଣ ସାହୁ ,ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ର ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୁଦର୍ଶନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ସଭାପତି ଅରୁଣ ମିଶ୍ର ସଭାପତିତ୍ବ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ନନ୍ଦ ବାର୍ଷିକ ବିବରଣୀ ପଠନ କରିଥିଲେ।ସହ ସମ୍ପାଦିକା ମମତା ରାନୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର କୋଷାଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲର କୁନି କୁନି ବିଦ୍ୟାର୍ଥୀଙ୍କ ରଙ୍ଗ ମଞ୍ଚ କାର୍ଯ୍ୟକ୍ରମ,ପାଲା, ଯୋଗ, ନାଟକ, ନାଚ, ଗୀତ, ଅଭିନୟ ରେ ବିଦ୍ୟାଳୟ ପରିସର ଉତ୍ସବ ମୁଖରିତ ହୋଇଥିଲା।