କନ୍ଧମାଳ- କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ସିର୍ଲା ଅଂଚଳରେ ଘୁମୁସର ଏରିଆ କମିଟି ମାଓ ସଂଗଠନରେ ବର୍ଷାଧିକ ସମୟ ଧରି ଜଣେ ମାଓ କ୍ୟାଡର ଭାବେ କାର୍ଯ୍ୟ କରିଆସୁଥିବା ଜଣେ ୧୬ ବର୍ଷର ନାବାଳିକା କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ତାର ଘର ତୁମୁଡିବନ୍ଧ ଅଂଚଳରେ ବୋଲି ଜଣାପଡିଛି । ଆଜି ଏକ ସାମ୍ବାଦିକ ସମ୍ମୀଳନୀରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ ଏହି ସୁଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ କହିଥିବା ଅନୁସାରେ ୨୦୧୮ ମସିହା ନଭେମ୍ବର ମାସ ୨୩ ତାରିଖରେ ମାଓବାଦୀମାନେ ତାଙ୍କୁ ଉଠାଇନେଇଥିଲେ ଏବଂ ମାଓବାଦୀମାନେ ସମାଜର ସେବା କରିବାପାଇଁ ଏବଂ ଗରିବ ଲୋକଙ୍କୁ ସହାୟତା କରିବାପାଇଁ ଏହି ସଂଗଠନ ଜରିଆରେ ସରକାଙ୍କ ସହିତ ଲଢେଇ କରୁଥିବା କହି ତାଙ୍କୁ ଏହି ସଂଗଠନରେ ସାମିଲ କରିଥିଲେ । କିନ୍ତୁ ସେ ସଂଗଠନରେ ଯୋଗ ଦେଇ ଜଣେ ମାଓ କ୍ୟାଡର ଭାବରେ କାର୍ଯ୍ୟ କରିବାପରେ ମାଓ ସଂଗଠନ ଗ୍ରାମାଂଚଳର ଲୋକଙ୍କୁ ଡରାଇ ସେମାନଙ୍କଠାରୁ ଚାଉଳ ଏବଂ ଖାଦ୍ୟ ନେବାସହିତ ସେମାନଙ୍କୁ ସଂଗଠନର କାର୍ଯ୍ୟରେ ନିୟୋଜିତ କରୁଥିବା ସହ ଠିକାଦାର ମାନଙ୍କଠାରୁ ଚାନ୍ଦା ଆଦାୟ କରୁଛନ୍ତି । ଏହି କାର୍ଯ୍ୟ କରୁଥିବା ସମୟରେ ପୋଲିସ ସହିତ ଗୁଳି ବିନିମୟରେ ମୃତୁ୍ୟର ଭୟ ମଧ୍ୟ ରହିଥିବା ପରେ ସଂଗଠନରେ କୌଣସି ଭବିଷ୍ୟତ ନଥିବା ଜଣିପାରି ପୋଲିସ ନିକଟରେ ଶେଷରେ ଆତ୍ମସମର୍ପଣ କରିବାପାଇଁ ନିସ୍ପତି ନେଇଥିବା କହିଛନ୍ତି ପୋଲିସ ନିକଟରେ । ତେଣୁ ସେ ଗତ ଡିସେମ୍ବର ମାସ ୨୬ ତାରିଖରେ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେ ଗତ ୨୦୧୮ ମସିହା ଅକ୍ଟୋବର ମାସ ୨ ତାରିଖରେ ଗାଡିମାସ୍କାଠାରେ ମାଓକ୍ୟାମ୍ପ ଉପରେ ପୋଲିସର ଚଢାଉ ସମୟରେ ସେଠାରେ ଉପସ୍ଥିତ ଥିଲେ । ଗତ ୨୦୧୯ ମସିହା ଜାନୁଆରୀ ୩୧ ତାରିଖରେ ବାଲିଗୁଡା ଦାରିଙ୍ଗବାଡି ରାସ୍ତାରେ ଗଛକାଟି ରାସ୍ତା ଅବରୋଧ କାର୍ଯ୍ୟ ସମେତ ୨୦୧୯ ମସିହା ମାର୍ଚ୍ଚ ମାସ ୧୩ ତାରିଖରେ ଲେଙ୍ଗେରମାହାଠରେ ପୋଲିସ ସହ ଗୁଳି ବିନିମୟବେଳେ ମଧ୍ୟ ସାମିଲ ଥିବା ଜଣାଇଛି ପୋଲିସ । ସେ ସରକାଙ୍କ ଦ୍ୱାରା ଥିବା ମାଓବାଦୀ ସମର୍ପପଣ ଆଇନ ଅନୁସାରେ ସମସ୍ତ ସହାୟତା ପ୍ରଦାନ କରାଯିବା ସହିତ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ସହାତା ପାଠପଢିବାପାଇଁ କିମ୍ବା କୌଣସି ତାଲିମ ନେବାପାଇଁ ସମସ୍ତ ସହାୟତା ପ୍ରଦାନ କରାଯିବାସହ ଜୀବନ ଜୀବିକା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି କହଛନ୍ତି ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ ।
Related Stories
November 25, 2024