ମାଲକାନଗିରି– ଧାନ ଅମଳ କରିବା ବେଳେ ମେସିନ ଭିତରେ ପଶି କଟିଗଲା ଜଣେ ଯୁବକଙ୍କ ହାତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଂଚାୟତର ଜାକଲକୁଣ୍ଡି ଗ୍ରାମରେ। ଗୁରୁତର ଯୁବକ ହେଲେ ସୁବା ପଡିଆମୀ (୨୦)। ଗତକାଲି ସନ୍ଧ୍ୟା ସମୟରେ ଜାକଲକୁଣ୍ଡି ଗ୍ରାମର ୱାଗା ପଡିଆମୀଙ୍କ ପୁଅ ସୁବା ପଡିଆମୀ ଧାନ ଅମଳ ମେସିନରେ ଧାନ ଅମଳ କରୁଥିବା ବେଳେ ଅସାବଧାନତା ଯୋଗୁ ଡାହାଣ ହାତଟି ମେସିନ ଭିତରେ ପଶି ଯାଇଥଲା। ଫଳରେ ଡାହାଣ ହାତଟି କଟି ଯାଇଥିଲା। ସୁବା ଏକୁଟିଆ ଧାନ ଅମଳ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ଯୁବକର ଚିତ୍କାର ଶୁଣି ପାଖରେ ଥିବା କିଛି ଲୋକ ଧାଇଁ ଆସିଲା ବେଳକୁ ସୁବା ର ହାତ ମେସିନ ଭିତରେ ପଶି ରହିଯାଇଛି। ବହୁ କଷ୍ଟରେ ମେସିନ ଭିତରୁ ହାତକୁ ବାହାର କରାଯାଇଥିଲା। ସେତେ ବେଳକୁ ହାତଟି ଦୁଇ ଖଣ୍ଡ ହୋଇ ଝୁଲି ରହିଥିଲା। ଗୁରୁତର ହୋଇ ପଡ଼ିଥିବା ଯୁବକକୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଯୁବକକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡ଼ିଛି।
Related Stories
September 20, 2024
September 20, 2024