ଭୁବନେଶ୍ୱର– ରାଜଧାନୀରେ ପୁଣି ଆୟୋଜିତ ହୋଇଛି ପଥୋତ୍ସବ । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ପଥ ଉତ୍ସବରେ ଖେଳକୁଦ ସାଙ୍ଗକୁ ଶୀତୁଆ ସକାଳରୁ ମଜା ନେଇଛନ୍ତି ରାଜଧାନୀବାସୀ । ବିଏମସି ପକ୍ଷରୁ ଏଥର ତିନିଟି ଷ୍ଟେଜ ତିଆରି କରାଯାଇଥିଲା । ଗୋଟିଏ ରାମ ମନ୍ଦିର ଓ ଗୋଟିଏ ମାଷ୍ଟରକ୍ୟାଂଟିନ୍ ଷ୍ଟେଜ ତିଆରି କରାଯାଇଥିଲା । ଆଉ ଏକ ଷ୍ଟେଜରେ ଭୁବନେଶ୍ୱର ଟାଲେଂଟ ସୋ’ କରାଯାଇଛି । ଶୀତର ଲହରୀ ମଧ୍ୟରେ ପଥୋତ୍ସବରେ ରାଜଧାନୀବାସୀ ଖୁବ୍ ଉତ୍ସାହିତ ଥିଲେ । ନାଚ ଗୀତ , ଖେଳକୁଦ ସାଙ୍ଗକୁ ସାଇକେଲିଂ ଆଦିରେ ମଜା ନେଇଥିଲେ ଲୋକେ ।