ମାଲକାନଗିରି– ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ କାନ୍ଥରେ ଜିଲ୍ଲାପାଳଙ୍କ ବିରୋଧରେ କଳାରେ ବିଭିନ୍ନ ଲେଖା ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ଦୁର୍ନୀତିଗ୍ରସ୍ତ, ଜିଲ୍ଲାପାଳ ଚୋର ଅଟନ୍ତି, ଜିଲ୍ଲାପାଳ ନିଜ ପିଏଙ୍କୁ ହତ୍ୟା କରିଛନ୍ତି । କିଛି ଏଭଳି ସବୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲେଖା ରହିଛି । ଗତ କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ ପିଏ ଆତ୍ମହତ୍ୟା କରିଥିଲେ, ତେବେ ଏହି ଆତ୍ମହତ୍ୟା ପଛରେ ବି ଜିଲ୍ଲାପାଳଙ୍କ ହାତ ଅଛି ବୋଲି ଏଠାରେ ଲେଖା ହୋଇଛି । ତେବେ ଜିଲ୍ଲାପାଳ ଦୁର୍ନୀତିଗ୍ରସ୍ତ ବୋଲି ମଧ୍ୟ ପୂର୍ବରୁ କଂଗ୍ରେସ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଥିବାବେଳେ ଆଜି ଏହିସବୁ ଲେଖା ଜିଲ୍ଲାପାଳଙ୍କ ବିରୋଧରେ ଜନ ଅସନ୍ତୋଷର ପ୍ରମାଣ ଦେଉଛି । ତେବେ କିଏ ଏସବୁ ଲେଖିଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଏହି ଲେଖାକୁ ଲିଭାଇବା ପାଇଁ କାମ ଆରମ୍ଭ ହୋଇଛି । ତେବେ ଗତକାଲି ରାତିରେ ସମସ୍ତେ ନୂଆ ବର୍ଷ ପାଳନରେ ବ୍ୟସ୍ତଥିଲେ କେହିବି ଦେଖିନାହାନ୍ତି । ମାଲକାନଗିରି ପୋଲିସ ସୁରକ୍ଷାରେ ଢିଲା ଥିବା ସିଧାସଳଖ ମୁଖ୍ୟରାସ୍ତା କଡ଼ରେ ଏଭଳି ଲେଖାରୁ ସ୍ପଷ୍ଟ ଜଣାପଡ଼ିଛି!