ନୂଆଦିଲ୍ଲୀ– ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ରବିବାର ତାଙ୍କ ବାସଭବନରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କ୍ରୀଡା ଏବଂ ଯୁବକମାନଙ୍କ ସହ ଜଡିତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ଚିତ୍ରଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରି କହିଛନ୍ତି ଯେ ମଧ୍ୟପ୍ରଦେଶରେ କ୍ରୀଡା ଏବଂ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ତଥା ଏକ ବିକଶିତ ଭାରତ ଗଠନ ପାଇଁ ରାଜ୍ୟ ଯୁବପିଢିଙ୍କ ଅଂଶଗ୍ରହଣକୁ ନେଇ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି ।
ବୌଠକ ପରେ କ୍ରୀଡ଼ା ମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଜାନୁଆରୀ ୧୨ ହେଉଛି ଯୁବ ଦିବସ । ଏହି ଅବସରରେ ରାଜ୍ୟ ସରକାର ଯୁବ ଓ କ୍ରୀଡ଼ାବିତ୍ଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି, ଯାହା ବିଷୟରେ ଆଲୋଚନା ହୋଇଛି । ସେ କହିଛନ୍ତି ଯେ ମଧ୍ୟପ୍ରଦେଶ ସରକାରଙ୍କୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ । ଖେଲୋ ଇଣ୍ଡିଆ, ମାଇ ଇଣ୍ଡିଆ ପରି ଅନେକ କାର୍ଯ୍ୟକ୍ରମ ଏବଂ ୫ ବର୍ଷ ପାଇଁ ଖେଳକୁ କିପରି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି । ମଧ୍ୟପ୍ରଦେଶର ଷ୍ଟାଡିୟମରେ କ୍ରୀଡା ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।
କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପାରମ୍ପାରିକ ଢଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ । ତାଙ୍କୁ ହିମାଚଳ ଟୋପି ଏବଂ ଶାଲ ପିନ୍ଧାଇଥିଲେ ।