ପୁରୀ– ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବଡମାହସ୍ନାନ ହୋଇଛି। ସକାଳଧୂପ ଶେଷ ହେବା ପରେ ଭିତର କାଠ ନିକଟରେ ରକ୍ତ ପଡ଼ିଥିବା ଦେଖାଯିବାରୁ ମହାପ୍ରଭୁଙ୍କ ବଡମାହସ୍ନାନ କରାଯାଇଥିଲା। ଏଥିପାଇଁ କିଛି ସମୟ ନୀତି ବିଳମ୍ବ ହୋଇଥିଲା। ପରେ ଠାକୁରଙ୍କ ମଇଲମ କରାଯାଇ ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଦର୍ଶନାର୍ଥୀମାନେ ଠାକୁରଙ୍କୁ ଦର୍ଶନ କରିଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।
Related Stories
September 19, 2024
September 19, 2024