
ବଲାଙ୍ଗିର– ଶନିବାର ସନ୍ଧ୍ୟାରେ ବଲାଙ୍ଗିର ନଗର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ନୂତନ କାର୍ଯ୍ଯକର୍ତ୍ତାଙ୍କ ଏକ ପରିଚୟ ବୈଠକ ଅନୁଷ୍ଠିତ ହୋଇଥିଲା। ନୂତନ ନଗର ସଂଘ ଚାଳକ ମନୋରଞ୍ଜନ ମିଶ୍ର ଓ ସହ ନଗର ସଂଘ ଚାଳକ ତରଣୀ ସେନ ପଟେଲଙ୍କୁ ସଂଘ ସ୍ଵୟଂସେବକ ମାନଙ୍କ ଏକ ବୈଠକରେ ପରିଚୟ ପ୍ରଦାନ ସହିତ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ସହର ମଧ୍ୟରେ ଆଠଟି ସ୍ଥାନରେ ଚାଲିଥିବା ଶାଖା ଗୁଡିକ ଉପରେ ବିବରଣୀ ପ୍ରଦାନ ସହିତ ସମସ୍ତ ଶାଖା ପାଇଁ ପାଳକ ସହ ପାଳକ ନାମ ଘୋଷଣା ସହିତ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଆଗାମୀ ୨୦୨୫ ସଂଘର ସତ ବାର୍ଷିକୀ ପାଳନ ସମୟରେ ଏହା ପ୍ରକୃଷ୍ଟ ସମୟ ପ୍ରତି ଅଞ୍ଚଳ ଓ ଗ୍ରାମକୁ ବିସ୍ତାରିତ କରିବା ପାଇଁ ସବୁ ସ୍ଵୟଂସେବକ ଲାଗି ପଡ଼ିବାକୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ପ୍ରୋତ୍ସାହିତ କରି ସଂଘ ଲକ୍ଷ୍ୟ ପୂରଣ ପାଇଁ କାମ କରିବାକୁ ଶ୍ରୀ ମିଶ୍ର ଆହ୍ଵାନ ଦେଇଥିଲେ।