
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିଷ ଲୋଡ଼ିବା ପରେ ପରମପୂଜ୍ୟପାଦ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କର ମାର୍ଗଦର୍ଶନ ଓ ଆଶୀର୍ବାଦ ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ରଂଜନ କୁମାର ଦାସଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଶ୍ରୀ ଅଶୋକ ମହାପାତ୍ର, ଶ୍ରୀଦୁର୍ଗାପ୍ରସାଦ ଦାସ ମହାପାତ୍ର, ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର ଏବଂ ଶ୍ରୀ ଜଗନ୍ନାଥ ସିଂହାରୀ ଉଜ୍ଜୟିନୀ (ମଧ୍ୟପ୍ରଦେଶ)
ଠାରେ ପରମପୂଜ୍ୟପାଦ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବା ସହ ଉତ୍ସବରେ ଉପସ୍ଥିତି ପାଇଁ ନିବେଦନ କରିଥିଲେ ।
ପରମପୂଜ୍ୟପାଦ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଗାମୀ ମାସ ଶ୍ରୀକ୍ଷେତ୍ର ଆଗମନ ପରେ ଗଜପତି ମହାରାଜାଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପରିଚାଳନା କମିଟି ପାରମ୍ପରିକ ରୀତିରେ ଜଗଦ୍ଗୁରୁଙ୍କୁ
ନିମନ୍ତ୍ରଣ କରିବା ପାଇଁ କାର୍ଯ୍ୟକ୍ରମ ରହିଛି ।