କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ : ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ସ୍ମୃତିରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅଡଙ୍ଗ ତିଆଡ଼ି ଯାଗା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି |ରାମାୟଣୀ ଯୁବ ସାଂସ୍କୃତିକ ସଂସଦ ଏବଂ ହାଇଟେକ ହସ୍ପିଟାଲ ଏବଂ ହାଇଟେକ ମେଡିକାଲ କଲେଜର ସହଭାଗିତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା |ଏଥିରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ପୌରପାଳିକା ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉଦଘାଟନ ସମାରୋହ ରେ ଯୋଗ ଦେଇଥିଲେ |ରାମାୟଣୀ ଯୁବ ସାଂସ୍କୃତିକ ସଂସଦ ର ମୁଖ୍ୟ ମାର୍ଗ ଦର୍ଶକ ଶ୍ରୀଯୁକ୍ତ ବିଜୟ କୃଷ୍ଣ ବ୍ରହ୍ମା ଏବଂ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି (ଯୁବ )ଶ୍ରୀଯୁକ୍ତ ସୁନୀଲ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି ଶିବିରରେ ମଧୁମେହ, ସ୍ନାୟୁ, ଶଲ୍ୟ, ଶିଶୁ, କର୍ଣ୍ଣ ଓ ଗଳା ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ଥିଲେ |ଏହି ଶିବିର ରେ ମୁନିସିପାଲିଟି ୱାର୍ଡ -୬, ୭,୮, ୯,୧0 ର ସାହି ବାସିନ୍ଦା ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ |ଏହି ଶିବିର ରେ ଚାରି ଶହ ରୁ ଉର୍ଦ୍ଧ ରୋଗୀ ମାଗଣାରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଉପକୃତ ହୋଇଥିଲେ |
Related Stories
November 23, 2024