ଭୁବନେଶ୍ୱର– ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୧୨୬ତମ ଜୟନ୍ତୀ ଶନିବାର ପ୍ରତ୍ୟୁଷରେ ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କାମଦେବ ମହାପାତ୍ର କବିତାପାଠ କଲାପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ପ୍ରଭାତକୁମାର ତ୍ରିପାଠୀ, ଶୋଭନ କର, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ଜେନା, ଅଧ୍ୟାପକ ମଣ୍ଡଳୀ, ରବି ସାମଲ, ଅଧ୍ୟାପକ ଡଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଅମୂଲ୍ୟ ସ୍ୱାଇଁ, ଅବନୀ ଚନ୍ଦ୍ର ଦାସ, ଗିରିଜା ଶଙ୍କର ମହାପାତ୍ର, ଅରୁଣ କୁମାର ସ୍ୱାଇଁ, ଅଶ୍ୱିନୀ ପଟ୍ଟନାୟକଙ୍କ ସମେତ ଉଇ ଫର ଭୁବନେଶ୍ୱର, ଜୟ ଓଡ଼ିଶା ଓ ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ ମଣ୍ଡଳୀ, ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ କବିଚନ୍ଦ୍ରଙ୍କ ଗୁଣାବଳୀ ସ୍ମରଣ କରିଥିଲେ । ବାଙ୍କୀ ମାଟିର ଦାୟାଦ କାଳୀବାବୁ ଉଚ୍ଚଶିକ୍ଷା ପରେ ମଞ୍ଚ ନାଟକ, ଦୁନିଆରେ ପାଦ ଦେଇ ରାଜ୍ୟରେ ନାଟ୍ୟ ପରମ୍ପରା ବିକଶିତ କରିଥିଲେ । ବହୁ ନାଟକ, କାବ୍ୟ, କବିତା, ରଚନା କରି ନାଟ୍ୟ ଜଗତ ସହ ଓଡ଼ିଶାକୁ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଗଜପତି ମହାରାଜା ତାଙ୍କୁ କବିଚନ୍ଦ୍ର ଉପାଧିରେ ସମ୍ମାନିତ କରିଥିଲେ, ଯେଉଁଥିପାଇଁ ପରବର୍ତୀ ଅବସ୍ଥାରେ ସେ ପଦ୍ମଶ୍ରୀ ସମ୍ମାନକୁ ମଧ୍ୟ ଗ୍ରହଣ କରି ନଥିଲେ । ତାଙ୍କ ଜୀବଦ୍ଦଶାରେ ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଥିଲେ । ତାଙ୍କ ସମଗ୍ର ଜୀବନ ରାଜ୍ୟର କଳା, ସାହିତ୍ୟ, ସଂସ୍କୃତି ଓ ମଞ୍ଚ ବିକାଶରେ ସମର୍ପିତ ଥିଲା ବୋଲି ମତଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଧ୍ୟାପକ ନିମାକାନ୍ତ ରାଉତରାୟ ଧନ୍ୟବାଦ ଅର୍ପଣ କାଯାଇଥାଏ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ, କଳାକାର ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ସମ୍ମାନିତ କରାଯାଇଥିଲା ।
Related Stories
September 19, 2024
September 19, 2024