ଭୁବନେଶ୍ଵର– ଗତ କିଛି ଦିନ ହେଲା ସାରା ରାଜ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେଉଥିବା ବେଳେ ଏବେ ତାପମାତ୍ରା କିଛି ମାତ୍ରାରେ ବୃଦ୍ଧି ପାଇଛି । ରାଜ୍ୟର ୧୦ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରହିଛି । ଆଜି ରେକର୍ଡ ହୋଇଥିବା ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ସର୍ବନିମ୍ନ ୫.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୭ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୭.୭ ଡ଼ିଗ୍ରୀ, କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୮ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୮ ଡ଼ିଗ୍ରୀ, କେନ୍ଦୁଝରରେ ୮.୮ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୮.୯ ଡ଼ିଗ୍ରୀ, ଅନୁଗୁଳରେ ୯ ଡ଼ିଗ୍ରୀ, ନବରଙ୍ଗପୁରରେ ୯ ଡ଼ିଗ୍ରୀ ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୯.୫ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି କଟକରେ ୧୪.୪ ଡ଼ିଗ୍ରୀ ଏବଂ ଭୁବନେଶ୍ଵରରେ ରାତ୍ରି ତାପମାତ୍ରା ୧୪.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।