ପୁଂଛ– ପୁଂଛ ଓ ରାଜୌରୀ ଜିଲ୍ଲାରେ ସୁରକ୍ଷା ବଳର ତଲାସୀ ଅଭିଯାନକୁ ଦୃଷ୍ଟିରେ ରଖି ଶନିବାର ସକାଳେ ମୋବାଇଲ୍ ଇଂଟରନେଟ୍ ସେବା ବନ୍ଦ କରାଯାଇଛି । ପ୍ରକାଶ ଥାଉକି, ଗତ ୨୧ ତାରିଖରେ ସେନାର ଦୁଇଟି ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିଲେ । ଘଟଣାରେ ଆତଙ୍କବାଦୀଙ୍କ ଧରପଗଡ଼ ପାଇଁ ବ୍ୟାପକ ତଲାସୀ ଅଭିଯାନ ଚଳାଇଛି ସୁରକ୍ଷା ବଳ ।