
ଭୁବନେଶ୍ୱର– ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି ଅନୁଗୋଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସ୍ଥାନୀୟ ଅଂଚଳର ବିକାଶ ଓ ଜନସାଧାରଣଙ୍କ ପାଇଁ ସେ କରିଥିବା କାର୍ଯ୍ୟ ଗୁଡିକ ଚିର ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।