
ନୂଆଦିଲ୍ଲୀ– ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଚାକିରୀ ବଦଳରେ ଜମି ସହିତ ଜଡ଼ିତ ଆର୍ଥକ ହେରଫେର୍ ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କୁ ପୁଣି ଥରେ ସମନ କରିଛି । ସିବିଆଇ ତେଜସ୍ଵୀ ଯାଦବଙ୍କୁ ଆସନ୍ତା ୫ ଜାନୁଆରୀରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ପଚରାଉଚରା ପାଇଁ ଡକାଇଛି ।
ଏହା ପୂର୍ବରୁ ଇଡି ତେଜସ୍ଵୀଙ୍କୁ ଡିସେମ୍ବର ୨୨ ରେ ଏବଂ ଲାଲୁ ପ୍ରସାଦ ଯାଦବଙ୍କୁ ଡିସେମ୍ବର ୨୭ ତାରିଖରେ ହାଜର ହେବା ପାଇଁ ସମନ ପଠାଇ ଥିଲେ । ଯଦିଓ ତେଜସ୍ଵୀ ଗତକାଲି ଇଡି ରେ ହାଜର ହୋଇନଥିଲେ ।