
ଗଞ୍ଜାମ– ଗଞ୍ଜାମ ଥାନା ଅଂଚଳରୁ ଡ଼କାୟତି କରି ଫେରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗୁରାପଲ୍ଲୀ ଟୋଲ୍ ଗେଟ ନିକଟରେ ଦୁଇ ଜଣ ଡ଼କାୟତଙ୍କୁ କାବୁ କରିଛି ଖଲ୍ଲିକୋଟ ପୋଲିସ ଓ ଗଞ୍ଜାମ ପୋଲିସର ପାଟ୍ରୋଲିଂ ଟିମ୍ । ସେମାନଙ୍କ ଠାରୁ ଏକ ସ୍ପର୍ପିଓ ଗାଡି ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ କରି ଗଞ୍ଜାମ ପୋଲିସକୁ ହସ୍ତାନ୍ତର କରିଛି । ଗଞ୍ଜାମ ପୋଲିସ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ଏ ସଂକ୍ରାନ୍ତରେ ଗଞ୍ଜାମ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି ।