
ବଲାଙ୍ଗିର– ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ପୂର୍ବତନ ବିଡ଼ିଓ ସିଲ୍ଭାନସ ଲାକ୍ରାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ବଲାଙ୍ଗିର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟର ବିଚାରପତି ମଳୟ ରଞ୍ଜନ ଦାସ । ଏଥିସହ ତାଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଜୋରିମାନା ଅନାଦେୟ ତାଙ୍କୁ ୫ ମାସ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ହୋଇଛି ।
ସେ ଚାକିରୀ କାଳରେ ୧୯,୦୨, ୨୮୨ ଟଙ୍କାର ସମ୍ପତି ବେଆଇନ ଭାବେ ଠୁଳ କରିଥିଲେ । ଏହି ମାମଲାକୁ ପରିଚାଳନା କରିଥିଲେ ବଲାଙ୍ଗିର ଭିଜିଲାନ୍ସ ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର ଜୟକୃଷ୍ଣ ସାହୁ । ଚଳିତ ଡିସେମ୍ବର ମାସରେ ବଲାଙ୍ଗିର ଭିଜିଲାନ୍ସ ସ୍ପେଶାଲ କୋର୍ଟ ଅନ୍ୟ ତିନୋଟି ମାମଲାରେ ଭ୍ରଷ୍ଟାଚାରୀ ସରକାରୀ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରିଛନ୍ତି ।