
ଖୋର୍ଦ୍ଧା– ଖୋର୍ଦ୍ଧା ଛତିପୁର ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମ ପାଖ ଜଙ୍ଗଲ ଭିତରେ ଆଜି ସକାଳେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ ୨୨ ଟିକିଆ ହାତୀ ପଲ । ଫଳରେ ସେ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବିଧାନ ପଶ୍ଚିମକବାଟ । ମୃତ ୨୨ ବର୍ଷିୟ ବିଧାନଙ୍କ ଘର ଛତିପୁର ଗ୍ରାମରେ ବୋଲି ଜଣାପଡିଛି । ଖବର ପାଇ ଖୋର୍ଦ୍ଧା ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀ ପଲକୁ ଘଉଡାଇବା ପାଇଁ ଉଦ୍ୟମ ଚଳାଇଛି ।