-
“ସ୍ବଦେଶୀ ଜ୍ଞାନ କୌଶଳ ପ୍ରୟୋଗରେ ଶସ୍ତା ଓ ଉତ୍ତମ ମାନର ଔଷଧ ଉତ୍ପ|ଦନ ପାଇଁ ଗବେଷଣା ବର୍ତମାନ ସମୟର ଆବଶ୍ୟକତା, “
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଇ .ଏମ .ଟି ଫାର୍ମାସି କଲେଜ ପୁରୀ ଓଡିଶା ର ଅନ୍ୟତମ ଅଗ୍ରଣୀ ଫାର୍ମାସି ଶିକ୍ଷାନୁଷ୍ଠାନ |ଆଇ .ଏମ .ଟି ଫାର୍ମାସି କଲେଜ ରେ ୧୩ ତମ ଜାତୀୟ ଫାର୍ମାସି ଆଲୋଚନା ଚକ୍ର ଉଦ୍ଘାଟିତ ହୋଇଯାଇଛି। ଦ୍ବିଦିବାସୀୟ ଆଲୋଚନା ଚକ୍ର କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅତିଥି ମାନେ ଉଦଘାଟନ କରିଥିଲେ ।”ସ୍ବଦେଶୀ ଜ୍ଞାନ କୌଶଳ ପ୍ରୟୋଗରେ ଶସ୍ତା ଓ ଉତ୍ତମ ମାନର ଔଷଧ ଉତ୍ପ|ଦନ ପାଇଁ ଗବେଷଣା ବର୍ତମାନ ସମୟର ଆବଶ୍ୟକତା ” ଶୀର୍ଷକ ଏହି ଆଲୋଚନା ଚକ୍ର ରେ ଓଡିଶା ଓ ଓଡିଶା ବାହାରୁ ପ୍ରାୟ ଛଅ ସହ ଛାତ୍ର ଛାତ୍ରୀ ,ଅଧ୍ୟାପକ,ଅଧ୍ୟାପିକା ଯୋଗ ଦେଇଛନ୍ତି। ଉଦଘାଟନ ଉତ୍ସବରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଡ଼ଃ ବିଶ୍ୱନାଥ ରଥ ପୌରହିତ କରିଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଉପମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼ଃ ପ୍ରଣବ ଶଙ୍କର ଦାଶ ମୁଖ୍ୟ ଅତିଥି ,ଓଡିଶା ଘରୋଇ ଫର୍ମାସି ଶିକ୍ଷାନୁଷ୍ଠାନ ସଂଘର ସମ୍ପାଦକ ଡ଼ଃ ମନୋଜ ଦାସ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। କଲେଜ ର ନିର୍ଦେଶକ ମନୋଜ ରଥ, ଡ଼ଃ ଅନ୍ନଦା ପ୍ରସାଦ ମହାପାତ୍ର ,ଶ୍ରୀମତୀ ଦେବସ୍ମିତା ରଥ ଓ ଅଧ୍ୟକ୍ଷ ଡ଼ଃ ଅଗ୍ନିମିତ୍ର ଦିଣ୍ଡା ମଂଚାସିନ ହୋଇ ଏହି ଆଲୋଚନା ଚକ୍ର ର ଗୁରୁତ୍ୱ ବିଷୟରେ ବୁଝାଇ ଥିଲେ । ଏହି ଅବସର ରେ ବିଭିନ୍ନ ଗବେଷଣା ସମ୍ବଳିତ ପୁସ୍ତିକା ଉନ୍ମୋଚିତ ହୋଇଥିଲା।
ଉଦ୍ଘାଟନ ଉତ୍ସବ ପରେ ବୈଜ୍ଞାନିକ ସତ୍ର ଗୁଡିକ ଅନୁଷ୍ଠିତ ହୋଇଥିଲା | ନାଇପାର କୋଲ୍କାତାର ପ୍ରଫେସର ଡ୍. ରୂପ ନାରାୟଣ ଗୁପ୍ତା, ଶ୍ରୀନଗର ଏଚ.ନ.ବି, ଗଡ଼ୱାଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଜୟ ଗଜାନନ ନାମଦେଓ, ମହାରାଷ୍ଟ୍ରର ପୁନେ କଲେଜ ଅଫ ଫାର୍ମାସିର ଅଧକ୍ଷ ଡ୍. ଆତ୍ମାରାମ ପାୱାର , ଦୁସାପ ଫାରମାସିଉଟିକାଲଶର, କୋଲକାତା ର ମୁଖ୍ୟ ଡ଼ ସୁନୀଲ କୌଶଲ, ଡ଼ଃ ରେଡି ଲାବୋରେଟୋରୀ ର ଉପ ସଭାପତି ଶ୍ରୀ ଅନୁପ ଅଭିଜିତ ଚୌଧୁରୀ, ମ୍ୟାନକାଇଣ୍ଡ ରିସର୍ଚ ସେଣ୍ଟର, ହରିୟାନାର ସହ ଉପ ସଭାପତି ଡ୍ ସୌମ୍ୟନାଥ ମିଶ୍ର ଯୋଗଦେଇ ତଥ୍ୟ ଭିତିକ ପ୍ରବନ୍ଧମାନ ଉପସ୍ଥାପନ କରି ଛାତ୍ରଛାତ୍ରୀ ଅଧ୍ୟାପକ ମାନଙ୍କୁ ଉଦବୁଦ୍ଧ କରିଥିଲେ |
ଛାତ୍ରଛାତ୍ରୀ ମାନେ ଗବେଷଣାତ୍ମକ ତଥ୍ୟ କୁ ଚିତ୍ର ମାଧ୍ୟମ ରେ ପ୍ରଦର୍ଶନ କରିଥିଲେ | ସର୍ବଶ୍ରେଷ୍ଠ ତିନି ଗୋଟି ପ୍ରଦର୍ଶନ କୁ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା |ପରିଶେଷରେ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |କଲେଜ ର ଉପାଧ୍ୟାକ୍ଷ ଦେବାଶିଷ ମିଶ୍ର,ବିଭାଗ ମୁଖ୍ୟ ସମୀର ପାତ୍ର,ଅଳକା ପ୍ରିୟଦର୍ଶିନୀ କର, ସାରଦା ଷଡ଼ଙ୍ଗୀ, ଜଗନ୍ନାଥ ମିଶ୍ର, ଦେବଦତ୍ତ ସାହୁ, ଦେବାଶିଷ ଦାସ, ଜ୍ୟୋତିର୍ମୟୀ ଦାଶ, ପ୍ରାଚୀପ୍ରଭା ନାୟକ, କମଳାକାନ୍ତ ଆଚାର୍ଯ୍ୟ, ଭବାନୀ ସାମନ୍ତରାୟ, କିରନକାନ୍ତ ପଟ୍ଟନାୟକ, ଭାଗ୍ୟଶ୍ରୀ ମିଶ୍ର, ଶୁଭଶ୍ରୀ ଦାସ, ଆଲୋକ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ|