
ଭୁବନେଶ୍ୱର-ପଦ୍ମପୁର ବାସୀଙ୍କୁ ଭାବପ୍ରବଣତା ସହ ମୁଖ୍ୟମନ୍ତ୍ରୀ ଖେଳୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପିର ପ୍ରବକ୍ତା ମନୋଜ ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଘୋଷଣା ପ୍ରହସନରେ ପରିଣତ କରିଛନ୍ତି। ଦଳୀୟ ସ୍ୱାର୍ଥ ଓ ଭୋଟ ସର୍ବସ୍ବ ନୀତି ପାଇଁ ଆଜି ନବୀନଙ୍କ ଘୋଷଣା ପ୍ରହସନରେ ପରିଣତ ହୋଇଛି। ହାଇକୋର୍ଟ ଅଙ୍କୁଶ ପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିଛି। ନବୀନ ବାପା ଙ୍କୁ ଅନୁସରଣ କରିଥିଲେ ଏଭଳି ଘଟି ନଥାନ୍ତା। ରାଜ୍ୟ ଆଡଭୋକେଟ ଜେନେରାଲ ବିଜେଡିର ଆଶା ବାଡି ସାଜିଛନ୍ତି । ସରକାର ନିଜେ ଡାହାଣୀ ହୋଇ ଲାଗିଛନ୍ତି ଆଉ ଗୁଣିଆ ହୋଇ ଝାଡୁଛନ୍ତି ।