ଭୁବନେଶ୍ୱର– ଆଗାମୀ ନିର୍ବାଚନ କୁ ସାମ୍ନା କରିବାକୁ କଂଗ୍ରେସ ପ୍ରସ୍ତୁତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । କଂଗ୍ରେସ ନେତା ଦିଲ୍ଲୀ ଗସ୍ତ ସାରି ଫେରିଲା ପରେ ପ୍ରତିକ୍ରିୟା ଦେଇ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସବୁ ରାଜ୍ୟର ପଲିଟିକାଲ ଆଫାୟାର୍ସ କମିଟି ସହ ଏଆଇସିସି ନିର୍ବାଚନ ପାଇଁ ଆଲୋଚନା କରୁଛି । ସେହି ପରିପ୍ରେକ୍ଷୀରେ ଓଡ଼ିଶା ର ଆଫାୟାର୍ସ କମିଟି ସହ ବିସ୍ତୁତ୍ ଭାବରେ ଆଲୋଚନା ହୋଇଛି । ଆଗାମୀ ନିର୍ବାଚନ କୁ ସାମ୍ନା କରିବା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ଅଛୁ। କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା, ଏକଛତ୍ର ବାଦ ଶାସନ, ଗଣତନ୍ତ୍ର ଧ୍ବଂସ ସହ ମନମୁଖୀ ଶାସନ, ଦୁର୍ନୀତି ଚରମ ସୀମାରେ, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଦରଦାମ ବୃଦ୍ଧି ଏହି ସବୁ ବିଷୟ ରେ ଆଲୋଚନା ହୋଇଛି । ଲୋକଙ୍କ ପାଖରେ ପଂହଁଚି ଏସବୁ ବିଷୟ ରେ ଅବଗତ କରିବୁ ବୋଲି ସେ କହିଛନ୍ତି ।
Related Stories
December 26, 2024