ସୁନ୍ଦରଗଡ଼– ସୁନ୍ଦରଗଡ଼ ଘରୋଇ ବସଷ୍ଟାଣ୍ଡ ନିକଟ ଓଭରବ୍ରିଜ କାନ୍ଥରେ ଲାଗିଛି ମାଓ ପୋଷ୍ଟର । ପିଏଲଏଫଆଇ କେନ୍ଦ୍ରୀୟ କମିଟି ପ୍ରେମ କୁମାର ଯାଦବଙ୍କ ନାମରେ ଏହି ପୋଷ୍ଟର ଲାଗିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ୫ ବର୍ଷ ଧରି ଜିଲ୍ଲାରେ କୌଣସି ମାଓବାଦୀ କାର୍ଯ୍ୟକଳାପ ନଥିବାରୁ ସୁନ୍ଦରଗଡ଼ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ତାଲିକାରୁ ବାଦ୍ ଦିଆଯାଇଛି । ହେଲେ ସାଧାରଣରେ ଏହି ପୋଷ୍ଟର ଲଗାଇ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛି ନକ୍ସଲ ସଂଗଠନ । ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ଝାଡ଼ଖଣ୍ଡ ସୀମାନ୍ତ ଅଂଚଳରେ ପିଏଲଏଫଆଇ ସକ୍ରିୟ ଥିଲେ । ଏବେ ଏହି ପୋଷ୍ଟର ଲାଗିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଛନକା ପଶିଛି ।