ଭୁବନେଶ୍ୱର– କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ । ଜନ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଆବଶ୍ୟକ ପଡିଲେ ପରୀକ୍ଷା ସେଂଟର ବଢ଼ାଯିବ । ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ । ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ, କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି ।
ସେ ଆହୁରି କହିଛନ୍ତି ଯେ ଭାରତ ସରକାରଙ୍କ ନିର୍ଦେଶନାମା ସହ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆମେ ସତର୍କ ରହିବା । ସର୍ଭିଲାନ୍ସ ବଢ଼ାଇବା ସହ ସତର୍କ ରହିବା । ଲକ୍ଷଣ ଦେଖା ହେଲେ ପରୀକ୍ଷା କରନ୍ତୁ । ଟେଷ୍ଟିଙ୍ଗ ବଢ଼ିବା ପାଇଁ ବ୍ୟବସ୍ଥା କରାଯିବ । ଭାରତରେ ଯେତିକି ଲୋକ ପଜିଟିଭ ଆସିଛନ୍ତି, ସେଥିମଧ୍ୟରୁ ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତମାନ ସୁଦ୍ଧା ସିଭିୟର ହୋଇନାହିଁ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚିକିତ୍ସା କରାଯିବ ।