ବଲାଙ୍ଗିର– ୨୦୨୪ ବର୍ଷ ପାଇଁ ପହିଲା ଜାନୁଆରୀ ମାସର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜାନୁଆରୀ ମାସ ୧ ତାରିଖ ସକାଳ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପୁରୁଣା ସମ୍ମିଳନୀ କକ୍ଷ ଠାରେ, ୮ ତାରିଖରେ ତୁରେକେଲା ବ୍ଲକ କାର୍ଯ୍ୟ।ଳୟ ଠାରେ, ୧୬ ତାରିଖରେ ସଇଁତଳା ବ୍ଲକ କାର୍ଯ୍ୟ।ଳୟ ଠାରେ, ୨୨ ତାରିଖରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟ।ଳୟ ଠାରେ ଓ ୨୯ ତାରିଖରେ ଆଗଲପୁର ବ୍ଲକ କାର୍ଯ୍ୟ।ଳୟ ଠାରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁଷ୍ଠିତ ହେବ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟାମୂଳକ ଅଭିଯୋଗ ଜଣାଇପାରିବେ । ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏହି ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ନିଜ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।
Related Stories
September 19, 2024
September 19, 2024