ନୂଆଦିଲ୍ଲୀ– କଂଗ୍ରେସ ଅଭିଯୋଗ ଆଣିଛି ଯେ, ମହିଳା କୁସ୍ତି ଯୋଦ୍ଧାଙ୍କ ସହିତ ଅନ୍ୟାୟ ପାଇଁ ସିଧାସଳଖ ମୋଦୀ ସରକାର ଦାୟୀ । କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ରଣଦୀପ ସିଂହ ସୁରଜୱାଲା ଶୁକ୍ରବାର ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ଭାଜପା ସାଂସଦ ବ୍ରିଜଭୂଷଣ ସିଂହର ସହଯୋଗୀ ସଞ୍ଜୟ ସିଂହକୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ନୂତନ ଅଧ୍ୟକ୍ଷ ଚୟନ କରାଯିବା ପରେ ସାକ୍ଷୀ ମଲ୍ଲିକ ଖେଳରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ସାକ୍ଷୀ ମଲ୍ଲିକ ଅଲମ୍ପିକ ପଦକ ଜିତିଥିବା ଦେଶର ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଅଟନ୍ତି ।