ପାଟନା– କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସଂଘ ପ୍ରମୁଖ ମୋହନ ଭାଗବତ ଶୁକ୍ରବାର ସକାଳେ ଟ୍ରେନ୍ ଯୋଗେ ଭାଗଲପୁରରେ ପହଂଚି ଥିଲେ । ନବଗଛିୟା ଷ୍ଟେସନରୁ ସେ ସଡ଼କ ପଥରେ ମହର୍ଷି ମେଂହି ଆଶ୍ରମରେ ପହଂଚିଥିଲେ । ସେ ଆଶ୍ରମରେ ପହଂଚିବା ପରେ ସାଧୁ ସନ୍ଥ ଏବଂ ଅଖିଳ ଭାରତୀୟ ସଂତମତ ସତସଙ୍ଗ ମହାସଭାର ପଦାଧିକାରୀ ମାନେ ତିଲକ ଲଗାଇ ଏବଂ ମନ୍ତ୍ରୋଚାରଣ କରି ତାଙ୍କର ସ୍ଵାଗତ କରିଥିଲେ ।
ସଂଘ ପ୍ରମୁଖ କୁପ୍ପାଘାଟରେ ୬ ଘଂଟା ରହିବେ । ସେଠାରେ ସେ ସାଧୁ ସନ୍ଥ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସଂଘ ପ୍ରମୁଖ ମହର୍ଷି ମେଂହି ଙ୍କ ଉପରେ ଆଧାରିତ ଏକ ଫିଲ୍ମ ର ଟ୍ରେଲର୍ ରିଲିଜ୍ କରିବେ । ମୋହନ ଭାଗବତଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।