ଝାରସୁଗୁଡ଼ା– ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ, ଅଶ୍ୱିନୀ ପଣ୍ଡା ଓ ଅଲେଖ ଘୁଟ୍ଟା, ଅତିରିକ୍ତ ନିର୍ବାହୀ ଅଧିକାରୀ ସୂର୍ୟାଂଶୁ ରୁଟ୍,ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ଵକେସନ ପାଣ୍ଡେ, କ୍ରିକେଟ କୋଚ୍ ଶୁସିଲ ମିଶ୍ର, ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ତାପସ ରାୟ ଚୋଧୁରୀ, ପ୍ରଶାନ୍ତ ଜେନା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଆସନ୍ତା ବର୍ଷ ଜାନୁଆରୀ ୯ ଓ ୧୦ ତାରିଖରେ ହକି, କ୍ରିକେଟ, ଭଳିବଲ, ଫୁଟବଲ, ଖୋ-ଖୋ ଓ କବାଡ଼ି ଆଦି ୬ଟି ପ୍ରତିସ୍ପର୍ଦ୍ଧାରେ ଜିଲ୍ଲା ସଦର ମହକୁମାର ଏଚ୍ କଟାପାଲି ସ୍ଥିତ ଷ୍ଟାଡିଅମ, ଓ ଏସ୍ ଏ ପି ୨ୟ ବାଟାଳିଆନସ୍ଥିତ ଫୁଟବଲ ପଡ଼ିଆ ଓ ଏଚ୍ କଟାପାଲି ହାଇସ୍କୁଲ ପଡ଼ିଆରେ ପ୍ରତିଯୋଗିତା ଅନୁଷ୍ଠିତ ହେବା ସକାଶେ ଆଲୋଚନା କରାଯାଇଥିଲା।
ଏହା ବ୍ୟତୀତ ବ୍ଲକମାନଙ୍କରୁ ବିଭିନ୍ନ ଦଳ ଯିବା ଆସିବା, ପ୍ରତିଯୋଗିତା ସକାଶେ ରେଫେରୀ, ପ୍ରଚାର ପ୍ରସାର ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ସକାଶେ ଆଲୋଚନା କରାଯିବା ସଂଗେ ସଂଗେ ପ୍ରତିଯୋଗିତା ଗୁଡ଼ିକର ସଫଳ ଆୟୋଜନ ପାଇଁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି।