ଜୟପୁର– ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଓ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ମାସ ଧରି ଚାଲିଥିବା ନୂଆ -ଓଡିଶା କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଓଡିଶା ସରକାରଙ୍କ ଏହି ନୂଆ -ଓଡିଶା, ଯୁବ ଓଡ଼ିଶା ନବୀନ ଓଡି ଶା କାର୍ଯ୍ୟକ୍ରମ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମ ଏବଂ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଶ୍ଵବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଯୋଗଦାନ ଏହି କାର୍ଯ୍ୟକ୍ରମକୁ ଅବିସ୍ମରଣୀୟ ସଫଳତା ପ୍ରଦାନ କରିଛି। ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ଯୋଗଦେଇ ନୂଆ -ଓଡିଶା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଶ୍ଵବିଦ୍ୟାଳୟର ସ୍ଵତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଦେବୀ ପ୍ରସାଦ ମିଶ୍ର, ପୁରାତନ ଛାତ୍ର ସଂସଦର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ରାୟ ଜେନାଦେଓ ପ୍ରମୁଖ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ଼. ଗୋପାଳ ହାଲଦାର, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼. କୀଚକ ଚନ୍ଦ୍ର ଜେନା, କାର୍ଯ୍ୟକ୍ରମର ସଂଯୋଜନା ଅଧିକାରୀ ଡ଼. ପ୍ରଶାନ୍ତ କୁମାର ପାତ୍ର, ଡ଼. ଲକ୍ଷ୍ମଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଶ୍ଵବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ସଚିନ କୁମାର ନାୟକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।