ଜୟପୁର– ଲୋକସଭା ଓ ରାଜ୍ୟସଭାରେ ଅଗଣତାନ୍ତ୍ରୀକ ଭାବେ ନିଲମ୍ବିତ ସାଂସଦ ମାନଙ୍କୁ ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କରିବା ଦାବି କରିଛି ଜୟପୁର ନଗର କଂଗ୍ରେସ । ଆଜି ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ସାହା ଓ ଲୋକସଭା ବାଚସ୍ପତି ଓମ ବିରଲା, ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ ଧନଖରଙ୍କ କୁଶ ପୁତ୍ତଳିକା ଦାହ କରିଛି । ଗଣତନ୍ତ୍ରର ହତ୍ୟା ଓ କଣ୍ଠରୋଧ କରିଥିବା ଅଭିଯୋଗ କରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ।
ଏହି କାଯ୍ୟକ୍ରମରେ ପୂର୍ବତନ ଜିଲା ସଭାପତି ମିନାକ୍ଷି ବାହିନିପତି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ନିହାର ବିଷୋୟୀଙ୍କ ସମେତ କଂଗ୍ରେସ କର୍ମି ଓ ନେତା ମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶ ପୁତ୍ତଳିକା ଦାହ କରିଥିଲେ ।