ଭୁବନେଶ୍ୱର– ରାଉରକେଲାରେ ଡାଇରିଆର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଦାବି କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ସେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି, ରାଉରକେଲା ସ୍ଥିତି ନିୟନ୍ତ୍ରଣଧୀନ । ସ୍ଥିର ଅବସ୍ଥା କୁ ଆସିଛି । ହସ୍ପିଟାଲରେ ଆଉ ଆଡ଼ମିଶନ ସଂଖ୍ୟା ବଢୁନି । ସିଭିୟର ରୋଗୀ ଙ୍କ ସଂଖ୍ୟା କମିଛି । ୨ ଜଣ ମାତ୍ର ସିଭିୟର ଅଛନ୍ତି।ଯେତେ ଅର୍ବାନ ପିଏସି ୨୪ ଘଣ୍ଟିଆ ଚଲେଇବାକୁ ନିର୍ଦେଶ ଦିଆଯାଇଛି ।
ସେ କହିଛନ୍ତି ଯେ ଘରୋଇ ହସ୍ପିଟାଲକୁ ନିର୍ଦେଶ ଦିଆଯାଇଛି ସେମାନେ ବି ସହଯୋଗ କରିବେ । ନିୟମିତ ଜଳ ପରୀକ୍ଷା କରାଯାଉଛି। କ୍ଲୋରିନ ଲେବୁଲ କୁ ଠିକ କରିବା ପାଇଁ ଚେଷ୍ଟା କରାଯାଉଛି । ସରକାରଙ୍କ ପାଖରେ ଅଡ଼ିଟେଡ଼ ୬ ଟି ମୃତ୍ୟୁ ରିପୋର୍ଟ ଅଛି । ଆଉ କିଛି ମୃତ୍ୟୁ ର ଅଡ଼ିଟ ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି ।