ଭୁବନେଶ୍ୱର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନିତ ହୋଇଥିବା ଦୁଇ ଓଡ଼ିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ମାନବତାବାଦୀ କବି ଡ. ଆଶୁତୋଷ ପରିଡ଼ା ଓ ଡ. ଅରୁଣ ରଞ୍ଜନ ମିଶ୍ରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଶ୍ରୀଯୁକ୍ତ ପରିଡା କବିତା ପୁସ୍ତକ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଓ ଡ.ମିଶ୍ର ସଂସ୍କୃତ ପୁସ୍ତକ ‘ଶୂନ୍ୟେ ମେଘଦୂତମ୍’ ପାଇଁ ଏହି ପୁରସ୍କାର ପାଇଥିବା ଜାଣି ଅତ୍ୟନ୍ତ ଆନନ୍ଦିତ । ସାହିତ୍ୟ କ୍ଷେତ୍ରରେ ଉଭୟଙ୍କ ଉଲ୍ଲେଖନୀୟ ଅବଦାନ ଆମ ରାଜ୍ୟ ପାଇଁ ଗର୍ବର ବିଷୟ ।
Related Stories
January 14, 2025
January 14, 2025