ନୂଆଦିଲ୍ଲୀ, ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବେ ନାହିଁ । ଡିସେମ୍ବର 21 ତାରିଖରେ ହାଜର ହେବାକୁ ସମନ ଜାରି କରିଥିଲା ଇଡି । ଯାହାର ଜବବ ଦେଇଛନ୍ତି କେଜରିୱାଲ । ଦ୍ୱିତୀୟ ଥର ପାଇଁ ଇଡି ନିକଟରେ ହାଜର ହୋଇନାହାନ୍ତି କେଜରିୱାଲ । ତଦନ୍ତକାରୀ ସଂସ୍ଥାକୁ ଦେଇଥିବା ଜବାବରେ କେଜରିୱାଲ କହିଛନ୍ତି, ମୁଁ କୌଣସି ପ୍ରକାର ଆଇନଗତ ସମନର ଜବାବ ଦେବାକୁ ପ୍ରସ୍ତୁତ ଅଛି । ମୋ ନିକଟରେ ଲୁଚାଇବା ପାଇଁ କିଛି ନାହିଁ । ଏହି ସମନ ରାଜନୀତି ପ୍ରେରିତ ଏବଂ ଅବୈଧ ବୋଲି ସେ କହିଛନ୍ତି ।
Related Stories
November 27, 2024