
ଭୁବନେଶ୍ୱର, ଆଶୁତୋଷ ପରିଡା ଓ ଡକ୍ଟର ଅରୁଣ ରଞ୍ଜନ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡ଼ା ଓ ସଂସ୍କୃତ ପୁସ୍ତକ ‘ଶୂନ୍ୟେ ମେଘଦୂତମ୍’ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଥିବା ଡ. ଅରୁଣ ରଞ୍ଜନ ମିଶ୍ରଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହା ସମସ୍ତଙ୍କ ପାଇଁ ଗୌରବର ବିଷୟ। ସାହିତ୍ୟ ଜଗତକୁ ସମୃଦ୍ଧ କରିବା ଦିଗରେ ଉଭୟଙ୍କର ଆହୁରି ସଫଳତା କାମନା କରୁଛି।