-
ଟ୍ଵିନ ସିଟିରେ ଚଳିତ ସିଜିନ ର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ :୧୬ ସହରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ କିମ୍ବା କମ୍ ରେକର୍ଡ
ଭୁବନେଶ୍ଵର– ଜି.ଉଦୟଗିରିରେ ୪ ଡ଼ିଗ୍ରୀ ଛୁଇଁଛି ପାରଦ । ଟ୍ଵିନ ସିଟିରେ ଚଳିତ ସିଜିନ ର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ୧୬ ସହରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ କିମ୍ବା କମ୍ ତାପମାତ୍ରା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ରାତ୍ରୀ ତାପମାତ୍ରା ସର୍ବନିମ୍ନ ୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୫.୭ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୬.୫ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୬.୬ ଡ଼ିଗ୍ରୀ, କୋରାପୁଟରେ ୭.୬ ଡ଼ିଗ୍ରୀ, ଅନୁଗୁଳରେ ୮ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୮ ଡ଼ିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ରାତ୍ରୀ ତାପମାତ୍ରା ୮.୩ ଡ଼ିଗ୍ରୀ, କେନ୍ଦୁଝରରେ ୮.୪ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୮.୬ ଡ଼ିଗ୍ରୀ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯ ଡ଼ିଗ୍ରୀ, ନବରଙ୍ଗପୁରରେ ୯ ଡ଼ିଗ୍ରୀ, ଭଦ୍ରକ ଜିଲ୍ଲାର ରାଣୀତାଲରେ ୯.୧ ଡ଼ିଗ୍ରୀ, ସୋନପୁରରେ ୯.୭ ଡ଼ିଗ୍ରୀ ଏବଂ ବଲାଙ୍ଗିରରେ ରାତ୍ରୀ ତାପମାତ୍ରା୧୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ଏଥିସହ ଚଳିତ ସିଜିନ ରେ ପ୍ରଥମ ଥର ପାଇଁ ଟ୍ଵିନ ସିଟିରେ ୧୨ ଡ଼ିଗ୍ରୀ ଛୁଇଁଛି ପାରଦ । କଟକରେ ରାତ୍ରି ତାପମାତ୍ରା ୧୨.୮ ଡ଼ିଗ୍ରୀ ଏବଂ ଭୁବନେଶ୍ଵରରେ ୧୨.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।