ଭୁବନେଶ୍ୱର– ରାଜ୍ୟବ୍ୟାପି ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି ।୧୦ ଦିନ ମଧ୍ୟରେ ଦାବି ପୂରଣ ଲାଗି ପ୍ରତିଶ୍ରୁତି ମିଳିବାରୁ ଆନ୍ଦୋଳନ ସ୍ଥଗିତ ରଖିଲୁ ବୋଲି କହିଛନ୍ତି ମିଳିତ ଅମଲା ମଂଚର ଆବାହକ ଚିତରଞ୍ଜନ ତରାସିଆ ।
ସୂଚନାଯୋଗ୍ୟ ଯେ ଆଜିଠୁ ସମୂହ ଛୁଟିରେ ଯିବାକୁ ନିଷ୍ପତି ନେଇଥିଲେ ୩୦ ହଜାର ଅମଲା । ଗ୍ରେଡ ପେ’ ୪୨ ଶହକୁ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ରାଜ୍ୟ ସରକାରଙ୍କ ୩୨ଟି ବିଭାଗର ଅମଲା ଚେତାବନୀ ଦେଇଥିଲେ ।