ଭୁବନେଶ୍ୱର– ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ଚଳିତ ସିଜିନରେ ପ୍ରଥମ ଥର ପାଇଁ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିପରି ପୁଣି ଟ୍ୱିନ ସିଟିରେ ପାରଦ ପୁଣି ତଳକୁ ଖସିଛି । ଆଜି ଭୁବନେଶ୍ୱର ଏବଂ କଟକରେ ଚଳିତ ବର୍ଷର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୩ଡ଼ିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ୧୩ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ଥିବା ଜଣାଯାଇଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୫, ଅନୁଗୁଳ ଓ କୋରାପୁଟରେ ୮ ଡ଼ିଗ୍ରୀ , ସେମିଳିଗୁଡ଼ାରେ ୮.୪, ଦାରିଙ୍ଗବାଡ଼ିରେ ୮.୫, କେନ୍ଦୁଝର ଓ ରାଉରକେଲାରେ ୮.୬ ଡ଼ିଗ୍ରୀ , ସୁନ୍ଦରଗଡ଼ରେ ୮.୮, ଭବାନୀପାଟଣାରେ ୮.୯, ରାଣୀତାଲ ଓ ଝାରସୁଗୁଡ଼ାରେ ୯ ଡ଼ିଗ୍ରୀ ଓ ସୋନପୁରରେ ୧୦ ଡ଼ିଗ୍ରୀ ରହିଛି । କଟକ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩ଡ଼ିଗ୍ରୀ ରେକର୍ଡ କରାଯାଇଛି ।