ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କ ସାକ୍ଷାତ କରିବାକୁ ଦିଲ୍ଲୀରେ ପହଂଚିଛନ୍ତି ଓଡିଶାର ସବୁ ବିଜେପି ବିଧାୟକ । ଆଜି ଓଡିଶାର ସମସ୍ତ ୧୯ ଜଣ ବିଧାୟକ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିବେ ।
ଏହା ପୂର୍ବରୁ ଓଡିଶା ଭବନରେ ସମସ୍ତ ବିଧାୟକ ଏକତ୍ରିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଧକ୍ଷତାରେ ବିଭିନ୍ନ ନେତା ମନ୍ତ୍ରୀଙ୍କୁ ଭେଟି ପାରନ୍ତି । ଏହାସହ ନିଜ ନିଜ ବିଧାନସଭା କ୍ଷେତ୍ରର ବିଭିନ୍ନ ଦାବି ଏବଂ ପ୍ରସଙ୍ଗ ନେଇ ମଧ୍ୟ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡିଛି ।