ଭୁବନେଶ୍ୱର– ପୁଣି ଫେରିଛି କରୋନା । ଗତ କିଛି ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଓଡିଶାରେ ଏପର୍ଯ୍ୟନ୍ତ ନୂଆ ରୋଗୀ ଚିହ୍ନଟ ହୋଇ ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ଜଣେ ବି ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏବେ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ବି ଶୂନ୍ ରହିଛି । ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କୋଭିଡ ସ୍ଥିତିର ସମୀକ୍ଷା କରୁଛନ୍ତି । ଯାହା ନିର୍ଦ୍ଦେଶ ଆସିବ, ପାଳନ କରିବୁ ।
Related Stories
November 28, 2024