
ଜୟପୁର , ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖା ଯାଇଛି । ଗତ କାଲି ରାଜ୍ୟ ସରକାର ରାଜ୍ୟ ସଂଘ ନେତୃବୃନ୍ଦ ଙ୍କୁ ପୁଣିଥରେ ଆଲୋଚନା ପାଇଁ ଡାକି ଅମଲା ମାନଙ୍କ ଦାବି ଉପରେ ସରକାର ଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ୫ଟି ଅଧ୍ୟକ୍ଷ ଅମଲା ମାନଙ୍କ ଦାବି ୭ ଦିନ ଭିତରେ ପୁରଣ କରିବା ନେଇ ୨ୟ ଥର ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥିବା ସୂଚନା ଦିଆଯାଇଛି ।
ରାଜ୍ୟ ସଂଘ ଉକ୍ତ ବିଷୟ କୁ ସମସ୍ତ ଅମଲା ମାନଙ୍କୁ ଅବଗତ କରାଇବା ସହିତ ୧୦ ଦିନ ସରକାର ଙ୍କୁ ସମୟ ଦେଇଛନ୍ତି । ୧୦ ଦିନ ଭିତରେ ଯଦି ଅମଲା ମାନଙ୍କ ଦାବି ପୁରଣ ନ ହୁଏ ତେବେ ଆସନ୍ତା ୩୦ ତାରିଖ ଠାରୁ ସ୍ଥଗିତ ରଖାଯାଇଥିବା ଆନ୍ଦୋଳନ କୁ ଦୋହରାଇବା ନେଇ ସୁଚନା ମିଳିଛି, ଶ୍ରୀ ଶଶୀଭୂଷଣ ଦାଶ ସଭାପତି ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ଶାଖା ଏ ନେଇ ଆଜି ସକାଳୁ ଜୟପୁର ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ଆନ୍ଦୋଳନ କୁ ସ୍ଥଗିତ ରଖିବା ନିମନ୍ତେ ଏକ ବୈଠକ ର ଆୟୋଜନ କରି ସେଠାରେ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ସୁଚନା ଦେଇଥିଲେ ।