ମାଲକାନଗି-ମାଲକାନଗିରି ଗସ୍ତରେ ଆଜି ରାଜ୍ୟପାଳ ରଘୁବର ଦାସ ଆସି ବିଭିନ୍ନ ସ୍ଥାନରେ ଅଭିଯୋଗ ଶୁଣାଣି କରିଛନ୍ତି । ବିଭିନ୍ନ ଗାଁ ବୁଲିବା ସହ ସେଠାକାର ଲୋକଙ୍କ ସମସ୍ୟା ଶୁଣିଛନ୍ତି । କିଛି ଲୋକ ମଦ, କୁକୁଡ଼ାଗାଲି,ବନ୍ଦ ନେଇ ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା ବେଳେ ଅନ୍ୟ କିଛି ଅଙ୍ଗନବାଡି ଗୃହ ନିର୍ମାଣ, ସ୍କୁଲ ନିର୍ମାଣ କରିବାକୁ ଦାବି କରିଛନ୍ତି ।ସବୁଠୁ ବଡ଼ କଥା ହେଉଛି ଜଣେ ଜଣେ ଆଦିବାସୀ ଶିକ୍ଷିତ ଛାତ୍ରୀ ଆଇଏଏସ ହେବାକୁ ଲକ୍ଷ୍ୟ ପାଠ ପଢୁଥିବା କଥା ରାଜ୍ୟପାଳଙ୍କୁ କହିଥିଲେ । କିନ୍ତୁ ପଢିବା ପାଇଁ ଅର୍ଥ ବାଧକ ସାଜୁଥିବା ରାଜ୍ୟପାଳଙ୍କୁ କହିଥିଲେ । ସଙ୍ଗେସଙ୍ଗେ ରାଜ୍ୟପାଳ ତାଙ୍କୁ ଲକ୍ଷେ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ରାଜ୍ୟପାଳ ଢେଙ୍କାନାଳ ଏବଂ ଅନୁଗୁଳ ଗସ୍ତରେ ଯାଇଥିଲେ । ସେଠାରେ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ପରେ ଅଭିଯୋଗଗୁଡିକର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ଏବେ ମାଲକାନଗିରିରେ ରାଜ୍ୟପାଳଙ୍କ ଅଭିଯୋଗ ଶୁଣାଣିକୁ ନେଇ ଚର୍ଚ୍ଚା ହେଉଛି ।
Related Stories
November 28, 2024