ବଲାଙ୍ଗିର -ପଶ୍ଚିମାଞ୍ଚଲ ପିପୁଲ ଫୋରମ ତରଫରୁ ଆସନ୍ତା 22 ଡିସେମ୍ବର ରୁ 27 ଡିସେମ୍ବର 6 ଦିନ ବ୍ୟାପି ସିନେ କଳାକାର ମନୋଜ ମିଶ୍ର ଏବଂ ପିପୁଲ ଫୋରମ ର ଆବାହକ ସପନ ମିଶ୍ର ଙ୍କ ନେତୃତ୍ୱ ରେ ପଦମପୁର ନୃସିଂହନାଥ ମନ୍ଦିର ରୁ ବାହାରି ସୁନ୍ଦରଗଡ଼ ର ସମଲେଇ ଗୁଡ଼ି ପର୍ଯ୍ୟନ୍ତ ପଶ୍ଚିମାଞ୍ଚଳ ର 11 ଟି ଜିଲ୍ଲା ଦେଇ ଏକ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା କରାଯିବାର ସ୍ଥିରୀ କୃତ ହୋଇଛି. ଏହି ସମ୍ପର୍କ ରେ ଆଜି ଏକ ସାମ୍ୱାଦିକ ସମ୍ବିଳନୀ ପଶ୍ଚିମ ଓଡିଶା ର ପ୍ରମୁଖ ସିନେ କଳାକାର ତଥା ମାଇଣ୍ଡ ଗେମ ସିନାମା ର ହିରୋ ଶ୍ରୀ ମନୋଜ ମିଶ୍ର ଙ୍କ ଉପସ୍ଥିତିରେ ବଲାଙ୍ଗୀର ସାମ୍ୱାଦିକ ଭବନ ଠାରେ ଆୟୋଜିତ ହୋଇ ଯାଇଛି ଏଥିରେ ପଶ୍ଚିମାଞ୍ଚଲ ପିପୁଲ ଫୋରମ ର ସଦସ୍ୟ ସିପୁନ ଖମାରି, ସରୋଜ ପ୍ରଧାନ, କେ. ଏମ. ଏମ ର ସଭାପତି ବିକାଶ ସା, ବରଗଡ ର ତରଣୀ ଦନ୍ତା, ବରିଷ୍ଟ ସିନେ ଅଭିନେତା, ଲେଖକ ତଥା ଗୀତିକାର କପିଳେଶ୍ୱର ଖମାରି ଏବଂ ସିନେ ଅଭିନେତା, ସଂଗୀତ ନିର୍ଦେଶକ କଣ୍ଠ ଶିଳ୍ପୀ, ନିର୍ଦେଶକ ମୁରଲୀ ପତି ପ୍ରମୁଖ ମଞ୍ଚା ସିନ ରହି କ୍ରର୍ଯ୍ୟକ୍ରମ ତଥା ମୁଖ୍ୟ ଦାବୀ ସମନ୍ଧୀୟ ସୂଚନା ଦେଇଥିଲେ ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ସମଲପୁରୀ /କୋଶଲି ଭାଷା କେ ସମ୍ବିଧାନ ର ଅଷ୍ଟମ ଅନୁଛେଦ ରେ ସାମିଲ,ଏବଂ ଏହାକୁ ରାଜ୍ୟ ର ଅନ୍ୟତମ ସରକାରୀ ଭାଷା ଭାବରେ ସ୍ୱୀକୃତି ଦେବା,ସମଲପୁରୀ/କୋଶଲି ଭାଷା ସଙ୍ଗୀତ ସଂସ୍କୃତି ଏକାଡେମୀ ଗଠନ, କୋଶଲି/ସମଲପୁରୀ ଭାଷା ରେ ପ୍ରାଥମିକ ଶିକ୍ଷା ଵେବସ୍ତା, ସର୍ବୋପରି କୋସଲାଞ୍ଚଳ ରେ ଗୁଟେ ଫିଲ୍ମ ସିଟି ସ୍ଥାପନା କରିବା ରହିଛି,ଏହି ସ୍ୱାଭିମାନ ଯାତ୍ରl ପାଟଣା ଗଡ଼ରୁ 24 ତାରିଖ ରବିବାର ସକାଳ 10 ଘଣ୍ଟା ରୁ ବାହାରି 11ଘଣ୍ଟା ରେ ବଲାଙ୍ଗୀର ପହଁଚିଲା ପରେ ଏକ ବାଇକ ଶୋଭା ଯାତ୍ରାରେ ମେଡିକାଲ କଲେଜ ଛକ ପାଖରୁ ରାଜେନ୍ଦ୍ର ୟୁନିଭର୍ସିଟି ଛକ ଦେଇ ସହର ପରିକ୍ରମା ପୂର୍ବକ ସମଲେଶ୍ୱରୀ ଏବଂ ପାଟଣେଶ୍ୱରୀ ମନ୍ଦିର ଦର୍ଶନ କରି ସମ୍ବଲପୁର ରୋଡ଼ ଦେଇ ଲୋଇସିଂହା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ଏହି ଯାତ୍ରା ରେ କୋଶଳଞ୍ଚଳ ର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ, ସହ ବିଭିନ୍ନ କୋଶଲି ଅନୁଷ୍ଠାନ, କବି ଲେଖକ, କଳାକାର ଉପସ୍ଥିତ ରହିବେ.
Related Stories
November 28, 2024