
ଜୟପୁର, ଜୟପୁର ସହର ଏନ କେ ଟି ରୋଡ଼ ସ୍ଥିତ ଏକ ହୋଟେଲ ର ସମ୍ମିଳନୀ କକ୍ଷରେ ଧୂସର ଜଳ ପରିଚାଳନା ନିମନ୍ତେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଅର୍ବାନ ବିଭାଗର ଅତିରିକ୍ତ ସଚିବ ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧୂସର ଜଳ ପରିଚାଳନା ଉପରେ ଆଲୋକପାତ କରିଥିଲେ।ରାଜ୍ୟର ଜଟଣୀ ଓ ଢେଙ୍କାନାଳ ସହରରେ ଏହାର ସଫଳତା ପରେ କୋରାପୁଟ ଜିଲ୍ଲା ଜୟପୁର ଓ କୋଟପାଡ଼ ସହରରେ ଏହି କାର୍ଯ୍ୟକ୍ରମ ନିଆଯାଇଥିବା ସେ କହିଛନ୍ତି।ଏହି ଦୁଇଟି ସହରରେ ନିଶ୍ଚିତ ଭାବେ ସଫଳତା ହାସଲ ହେବ ବୋଲି ସେ ଆଶା ରଖିଛନ୍ତି। ଆଜିର ଏହି କର୍ମଶାଳା ସମ୍ମିଳନୀ ରେ ଡ଼ୁଡା ପ୍ରକଳ୍ପ ନିର୍ଦ୍ଦେଶକ ଦେବି ପ୍ରସାଦ ତାଲି ,ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଉପାଧ୍ୟକ୍ଷା ବି ସୁନିତା ଓ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ବିଶ୍ୱନାଥ ପାତ୍ର ଏବଂ କୋଟପାଡ଼ ଏନ୍.ଏ.ସି ଅଧ୍ୟକ୍ଷ ଏମ୍ ଶଙ୍କର ରାଓ, ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାରଖରା , ସମେତ ଜୟପୁର ପୌରପାଳିକା ଓ କୋଟପାଡ଼ ଏନ୍.ଏ.ସି ର ସମସ୍ତ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳା ସମ୍ମିଳନୀ ରେ ଧୂସର ଜଳ ଏକ୍ସପୋର୍ଟ ହେମନ୍ତ ପଣ୍ଡା ଯୋଗଦେଇ ସ୍ଵଛ ସାଥୀ,ସ୍ଵଛ ସୁପରଭାଇଜର, ଏବଂ ମୁକ୍ତା ଏକ୍ସପୋର୍ଟ ମାନଙ୍କୁ ଧୂସର ଜଳ ପରିଚାଳନା ବିଷୟରେ ତାଲିମ ପ୍ରଦାନ କରିଥିଲେ।