
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅହମଦାବାଦ, ଗୁଜରାଟ ଶେଷୱାଡି ଗ୍ରାମର ଚିରାଗ ଚିନୁଭାଇ ପଟେଲ ଛତିଶା ନିଯୋଗ ନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର ଙ୍କ ଉପସ୍ଥିତିରେ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଙ୍କୁ ମହାପ୍ରଭୁଙ୍କ ଉଦେଶ୍ୟରେ ଏକ କିଲୋ ଷାଠିଏ ଗ୍ରାମ ଓଜନର ରୌପ୍ୟ ଓ ସୁବର୍ଣ୍ଣ ମିଶ୍ରିତ ଦୁଇଟି ତିଳକ ଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ଦାତାଙ୍କୁ ସଂମାନିତ କରିଥିଲେ ।