
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସୁନ୍ଦର ମୋ ଭାଷା ସାହିତ୍ୟ ପରିବାର ପକ୍ଷରୁ ଦ୍ୱାଦଶ ଅନନ୍ୟା ମହୋତ୍ସବ ଭୁବନେଶ୍ୱର ୟୁନିଟ ୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ସାରସ୍ଵତ ସ୍ରଷ୍ଟା ଏହି ସଭାରେ ଯୋଗଦେଇ କବିତା ପାଠ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଂସ୍କୃତି କଳା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ମହାନଦୀ ବିହାର ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମଣ ସାହୁ, ଅର୍ଥସେବା ବରିଷ୍ଠ ଅଧିକାରୀ ଡଃ ସଂଗ୍ରାମ ସାମନ୍ତରାୟ, ହାଟଡିହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ, ଅନନ୍ୟାର ପ୍ରତିଷ୍ଠାତା ଡଃ ନାରାୟଣ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ। ବରେଣ୍ୟ ଅତିଥିମାନଙ୍କ କରକମଳରୁ ଯୁବକବି, ଗାଳ୍ପିକ ତଥା ଆଦର୍ଶ ଶିକ୍ଷକ ଜନ୍ମଜୟ ନାୟକଙ୍କ ନିରବିଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଅନନ୍ୟା କବି କାଞ୍ଚନ ସମ୍ମାନ ପ୍ରଦାନ କରାଯାଇଛି। ସେ ବରୁଣେଶ୍ୱର କ୍ଷେତ୍ରରେ ଜନ୍ମିତ କିନ୍ତୁ ଏବେ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକର ଗୋପିନାଥଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ତାଙ୍କ ସାହିତ୍ୟ ଚାଷ ପାଇଁ ରାଜ୍ୟର ବିଭିନ୍ନ ସାହିତ୍ୟ ସଂସଦ ଓ ଅନୁଷ୍ଠାନ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇ ସେ ବିଭିନ୍ନ ମହଲରୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।