ବଲାଙ୍ଗୀର– ପୁଇଁତଲା ବ୍ଳକ ଅନ୍ତର୍ଗତ ମଲମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜଳବାୟୁ ପରିବର୍ତ୍ତନ ଓ ଚାଷ ସମ୍ପର୍କୀତ ଏକ କର୍ମଶାଳା ସ୍ବେଚ୍ଛାସେବୀ ସଙ୍ଗଠନ ମୁକ୍ତି ତରଫରୁ ଗତକାଲି ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଇସିଏଆର୍ ସିଆଇଡବ୍ଳୁ ଭୁବନେଶ୍ବରର ବୈଜ୍ଞାନିକ ଡଃ. ଅରୁଣ ପଣ୍ଡା, ବଲାଙ୍ଗୀର କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ଯ ଡଃ. ସତ୍ଯମୟ ଶତପଥି, ସାମ୍ବାଦିକ ତଥା କୃଷକ ଉତ୍ପାଦକ କମ୍ପାନୀର ମୋତିଲାଲ ମିଶ୍ର, ସାମ୍ବାଦିକ ସୁଧିର କୁମାର ମିଶ୍ର, ଅଗ୍ରଣୀ ଚାଷୀ ତଥା କୃଷକ ଉତ୍ପାଦକ କମ୍ପାନୀ ନିର୍ଦ୍ଦେଶକ ମଧୁସୂଦନ କ୍ଷେତି ଓ ମୁକ୍ତି ସଭାପତି ସତିଶ୍ ବକ୍ତବ୍ଯ ରଖିଥିଲେ।
ହାଇସ୍କୁଲ ଛାତ୍ରଛାତ୍ରୀ, ମହିଳା ସ୍ଵୟଂ ସହାୟକ ସଭ୍ୟା ଓ ପୁଇଁତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ଚାଷୀ ଯୋଗଦାନ କରିଥିଲେ। ପରିବର୍ତ୍ତନ ସୁନିଶ୍ଚିତ ଏବଂ ଜଳବାୟୁ ପରିବର୍ତ୍ତନ ଅନେକ ସମସ୍ୟାର କାରଣ। କିନ୍ତୁ, ଖାପ ଖୁଆଇ ଚଳିବା ସହ ଜଳବାୟୁ ଉପଯୋଗୀ ଚାଷ ସମୟର ଆବଶ୍ୟକ। ଏଣୁ ନୂତନ ଜ୍ଞାନକୌଶଳ, ଯନ୍ତ୍ରପାତିର ବ୍ୟବହାର, ବିହନ ତଥା ପରିବେଶ ଅନୁକୂଳ ଓ ବଜାର ଚାହିଦା ମୁତାବକ ଚାଷ ସହ ମହିଳାଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ।