ନୂଆଦିଲ୍ଲୀ, ସଂସଦର ନିଷ୍କାସନ ହୋଇଥିବା ତୃଣମୂଳ କଂଗ୍ରେସ ନେତା ମହୁଆ ମିତ୍ରଙ୍କୁ ଦିଲ୍ଲୀ ହାଇକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି ଯେ, ସଂସଦରୁ ନିଷ୍କାସନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି, ଯାହା ଉପରେ ଜାନୁୟାରୀ 3ରେ ଶୁଣାଣି ହେବ । ଏଭଳି ପରିସ୍ଥିତିରେ ଯଦି ହାଇକୋର୍ଟ କୌଣସି ନିର୍ଦ୍ଦେଶ ଦିଅନ୍ତି ତେବେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ଉପରେ ଏହାର ସିଧା ପ୍ରଭାବ ପଡିବ । ତେଣୁ ଜାନୁୟାରୀ 4ରେ ଏହାର ଶୁଣାଣି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Related Stories
November 27, 2024