ଭୁବନେଶ୍ୱର- ଉତର ଓଡ଼ିଶା ଏବଂ ଏହାର ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା କାଲି ୧୧ଟି ଜିଲ୍ଲାରେ ଘଡ଼ ଘଡ଼ି ସହ କୁଆପଥର ବୃଷ୍ଟି ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, ଝାରସୁଗୁଡ଼ା, ସୋନପୁର, ଢେ଼ଙ୍କାନାଳ, ବୌଦ୍ଧରେ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଏହି ଜିଲ୍ଲା ଗୁଡ଼ିକୁ ୱେଲୋ ୱାର୍ଣ୍ଣିଂରେ ସାମିଲ କରାଯାଇଛି ।
ଏହି ସୂତ୍ରରୁ ଜଣାପଡ଼ିଛି ଯେ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା କାଲି ଗୁରୁବାର ଓ ଶୁକ୍ରବାର ଦିନ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ୩ ଓ ୪ ତାରିଖରେ ରାଜ୍ୟର ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଢେ଼ଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ସ୍ଥାନେ ସ୍ଥାନେ ଘଡ଼ ଘଡ଼ି ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ଅଛି ।